Categories: ଫୁରସତ

ଯେଉଁଠି ରାତିରେ ବିବାହ ମନା

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ଏଠାରେ ବିବାହ ରାତିରେ ନ କରାଯାଇ ସାଧାରଣତଃ ଦିନରେ କରାଯାଇଥାଏ। ଏଠାକାର ଲୋକଙ୍କ କହିବା କଥା ହେଲା ବିବାହ ଭଳି ଉତ୍ସବରେ ବହୁ ପରିମାଣ ଅର୍ଥ ଖର୍ଚ୍ଚ ହୋଇଥାଏ। ତେଣୁ ଏହି ଉତ୍ସବରେ ହେଉଥିବା କିଛି ଅଯଥା ଖର୍ଚ୍ଚକୁ କାଟିବାକୁ ଯାଇ ଏମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାତିରେ ବିବାହ କରାଗଲେ ଅଯଥାରେ ଲାଇଟ୍‌, ବାଣ , ଜେନେରେଟର ଆଦି ଖର୍ଚ୍ଚ ହୋଇଥାଏ। ଯଦି ଏହି ବିବାହ ଦିନରେ କରାଯାଏ ତେବେ ଏସବୁ ଖର୍ଚ୍ଚକୁ ସହଜରେ ଏଡାଇ ଦେଇହେବ। ତେଣୁ ଗତ ବର୍ଷେ ହେବ ଏଠାରେ ସମସ୍ତ ବିବାହ କାର୍ଯ୍ୟ ଦିନରେ ସମ୍ପନ୍ନ କରାଯାଉଛି। ବର ଦିନରେ ଆସିବା ସହ ବିବାହ ସାରି ସନ୍ଧ୍ୟାସୁଦ୍ଧା କନ୍ୟା ଶାଶୁଘରକୁ ବିଦା ହୋଇ ଯାଉଛନ୍ତି।

Share