ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି

କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି ହିମାଚଳ ପ୍ରଦେଶର ଲୋହୌଲ ସ୍ପିତିରେ। ସେଠାରେ ମାତା ସୀତାଙ୍କୁ ରାବଣର ଝିଅ ବୋଲି ଲୋକମାନେ ଗ୍ରହଣ କରନ୍ତି। ଏହା କୌଣସି ପୁସ୍ତକରେ ଉଲ୍ଲେଖ ହୋଇନାହିଁ, କିନ୍ତୁ ଲୋକମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ବହୁଦିନରୁ ରହିଆସିଛି। ଲାହୁଲି ଭାଷାରେ କୌଣସି ରାମାୟଣ ଲେଖାଯାଇନି ବୋଲି କହନ୍ତି ଏ୍ୟତିହାସିକ ଛେରେଙ୍ଗି ଦୋର୍ଜି , କିନ୍ତୁ ଏଠାକାର ଲୋକମାନେ ଲୋକକଥା ଉପରେ ବିଶ୍ୱାସ କରି ସୀତାଙ୍କୁ ରାବଣର ଝିଅ ବୋଲି ମାନି ନେଇଛନ୍ତି। ଲୋହୌଲର ତ୍ରୈଲୋକ୍ୟନାଥ ମନ୍ଦିରରେ ଥିବା ମାତା ସୀତାଙ୍କୁ ଧରିତ୍ରୀ ପୁତ୍ରୀ କୁହାଯାଏ। ଏହି ମନ୍ଦିରରେ ସ୍ଥାପିତ ବୁଦ୍ଧଦେବଙ୍କ ମୂର୍ତ୍ତି ଉପରେ ସ୍ଥାପିତ ପ୍ରତିମାକୁ ମାତା ସୀତାଙ୍କ ସ୍ବରୂପ ବୋଲି ମାନନ୍ତି ଲୋହୌଲବାସିନ୍ଦା। କିଛି ଲୋକ ଏହାକୁ ଭଗବାନ୍‌ ଶିବଙ୍କ ସ୍ବରୂପ ବୋଲି କହନ୍ତି। ଏହା ଦେଶର ଏଭଳି ଏକ ମନ୍ଦିର, ଯେଉଁଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ଲୋକମାନେ ସେମାନଙ୍କ ରୀତିନୀତିରେ ଏକାଠି ପୂଜା କରନ୍ତି। ଶିବ ଓ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ମନ୍ଦିରରେ ଦୀପ ବି ଜଳୁଛି। ସେହି ମନ୍ଦିରର ମୁଖ୍ୟ ଦ୍ୱାରରେ ଦୁଇଟି ଖମ୍ବ ରହିଛି। ଯେଉଁମାନେ ଖମ୍ବ ମଧ୍ୟରେ ପ୍ରବେଶ କରି ଚାଲିଯାଆନ୍ତି ସେମାନେ ପାପମୁକ୍ତ ବୋଲି ଲୋକମାନେ ଗ୍ରହଣ କରିନିଅନ୍ତି। ଯେତେ ଦୁର୍ବଳ ହେଲେ ବି ଯଦି ପାପୀ ସେମାନେ ଖମ୍ବ ମଧ୍ୟରେ ଅଟକି ଯାଆନ୍ତି।

Share