Advertisement
Categories: ଫୁରସତ

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ ପୂଜା କରନ୍ତି ଗ୍ରାମବାସୀ। ଏହି ଗଛର ଉଚ୍ଚତା ୨୮ ମିଟର ଓ ଗୋଲେଇ ୨୮ଫୁଟ ୨ ଇଞ୍ଚ। ଏହାକୁ ବନଖଣ୍ଡ କର୍ମଚାରୀମାନେ ୨୦୦୬ରେ ଚିହ୍ନଟ କରିଥିଲେ। ଏହାର ବୟସ ଜାଣିବା ପାଇଁ ଗଛର କେତେକ ସଂଗୃହୀତ ନମୂନା ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗକୁ ପଠାଯାଇଥିଲା। ଗବେଷଣାରୁ ଜଣାପଡିଥିଲା ଗଛଟିର ବୟସ ୧୪ଶହ ବର୍ଷରୁ ଅଧିକ ହେବ। ତେବେ ଶାଳ ଗଛର ଆୟୁଷ ୨ ହଜାର ବର୍ଷ ହୋଇଥାଏ ବୋଲି ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା। ଏହି ଗଛକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ଆଉ ଏଠାରେ କେତେକେ ମାନସିକ ପୂଜା ମଧ୍ୟ କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share