ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ।
ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା ଢେର୍‌ ଦିନରୁ ନିର୍ବାହ କରାଯାଉଛି। ମା୍ଯଯତା ରହିଛି, ଯଦି କୌଣସି ବ୍ୟକ୍ତି ନିଜ ଝିଅକୁ ବିବାହ ଦିନ ଯୌତୁକ ରୂପେ ସାପ ଦିଅନ୍ତି ନାହଁି, ତେବେ ଖୁବ୍‌ ଶୀଘ୍ର ବିବାହ ବିଚ୍ଛେଦ ଘଟିଥାଏ। ପ୍ରକୃତରେ ଏଠାକାର ଲୋକଙ୍କ ପେସା ସାପ ଧରିବା। ଏମାନେ ସାପକୁ ଦେଖାଇ ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ଯୌତୁକରେ ସାପ ଦିଆଯାଏ। ଯଦ୍ୱାରା ଏହି ସାପଙ୍କ ଜରିଆରେ ନିଜ ରୋଜଗାର ପନ୍ଥା ବଢ଼ାଇପାରିବେ ଏବଂ ପରିବାରର ଲାଳନ ପାଳନ କରିପାରିବେ। ସାପଙ୍କୁ ସୁରକ୍ଷିତ ରଖିବାକୁ ଏଠାରେ ଏକ ବିଶେଷ ତଥା କଡ଼ା ନିୟମ ରହିଛି। କୁହାଯାଏ, ଯଦି ସାପକୁ ପେଡ଼ିରେ ମାରିଦିଆଯାଏ, ତେବେ ପୂରା ପରିବାର ଲୋକଙ୍କୁ ଲଣ୍ଡା ହେବାକୁ ପଡ଼ିଥାଏ। ଏହାସହ ଏହି ସମୁଦାୟର ଲୋକେ ସାପଙ୍କ ମୃତ୍ୟୁ ପରେ ସୁଧ ଘର ପାଳିଥାନ୍ତି।

Share