ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏହା ସତ। ଚାଇନାରେ ଅସରପା ଚାଷ ଏକ ଲାଭଜନକ ବ୍ୟବସାୟ। ଏଠାରେ ବୈଜ୍ଞାନିକ ପଦ୍ଧତିରେ ଅସରପା ଚାଷ କରାଯାଇଥାଏ। ଅନ୍ଧାରିଆ ଘରେ ଅସରପା ଚାଷ କରାଯାଏ। ଚାଇନାରେ ଲୋକେ ଅସରପାରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଇଥାନ୍ତି। ଏଠାରେ ଲୋକପ୍ରିୟ ପାନୀୟ ଭାବେ ଅସରପା ସର୍ବତର ବେଶ୍ ଚାହିଦା ରହିଛି। ଏହି ସର୍ବତ ବଦ୍ହଜମୀ, ବାନ୍ତି, ଅଲସର, ଶ୍ୱାସରୋଗ ପାଇଁ ହିତରକ ବୋଲି ଚାଇନାବାସୀ ବିଶ୍ୱାସ କରନ୍ତି।