Advertisement

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା ରହିଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ। ଏଠାରେ କାହଁି କେଉଁ କାଳରୁ ‘ଜୈରୀ’ ନାମକ ଖେଳର ଲୋକପ୍ରିୟତା ରହିଆସିଛି। ଏହି ଖେଳର ନିୟମ ଅନୁସାରେ, ଜଣେ ବ୍ୟକ୍ତିକୁ ୫୦ ଫୁଟ୍‌ ଉଚ୍ଚ ଖମ୍ବରେ ବନ୍ଧାଯାଇଥିବା ହାଣ୍ଡିକୁ ଭାଙ୍ଗିବାକୁ ହୁଏ। ଯିଏ ପ୍ରତିଯୋଗିତାରେ ବିଜୟଲାଭ କରେ ତାକୁ ମାତ୍ର ୫୦ ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଏ। ବେଳେବେଳେ ୫୦ଟଙ୍କା ସ୍ଥାନରେ ୧୧ ନ ହେଲେ ୨୧ ଟଙ୍କା ବି ଦିଆଯାଏ। ହୋଲିର ତୃତୀୟ ଦିନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଏ। ସବୁଠୁ ଆଶ୍ଚର୍ଯ୍ୟ କଥା, ଏହି ଖେଳ ପାଇଁ ଅନେକ ଲୋକ ଖମ୍ବ ଉପରୁ ତଳେ ପଡ଼ି ଦିବ୍ୟାଙ୍ଗ ହୋଇଥିବା ବେଳେ କେତେକଙ୍କର ଜୀବନ ବି ଯାଇଛି। ତଥାପି ମଧ୍ୟ ଲୋକଙ୍କ ମଧ୍ୟରେ ଏହି ପରମ୍ପରା ପାଳନକୁ ନେଇ ଜୋଶ୍‌ ଭରିରହିଛି। ସେମାନଙ୍କ ମଧ୍ୟରେ ଏହି ପରମ୍ପରାକୁ ବେଶ୍‌ ସମ୍ମାନ ଦିଆଯାଏ। ଏସବୁସତ୍ତ୍ୱେ ବି ପ୍ରଶାସନ କିମ୍ବା ପୋଲିସ୍‌ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଏ ନାହଁି। ମାତ୍ର ୫୦ଟଙ୍କା ପାଇଁ ଏଠାରେ ଜୀବନକୁ ବାଜିରେ ଲଗାଇ ଦିଆଯାଏ। ଯଦି କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୁଏ, ତେବେ ତା’ର ଦାୟିତ୍ୱ କେହି ବି ନିଅନ୍ତି ନାହଁି। ପରମ୍ପରା ନଁାରେ ପାଳିତ ହେଉଥିବା ଏହି ଅନ୍ଧବିଶ୍ୱାସକୁ ଲୋକେ ଆଜି ବି ଉତ୍ସାହର ସହ ଗ୍ରହଣ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share