Posted inଫୁରସତ

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା ଅଛି, ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ୩୦ କିମ୍ବା ୪୦ ବର୍ଷ ବୟସର ଲାଗିଥା’ନ୍ତି। ପାକିସ୍ତାନର ଏହି ମହିଳାମାନଙ୍କୁ ଦୁନିଆର ସବୁଠୁ ସୁନ୍ଦରୀ ବୋଲି କୁହାଯାଇଥାଏ। ଯେଉଁଠି ବୃଦ୍ଧା ତରୁଣୀ ଦେଖାଯା’ନ୍ତି ଏବଂ ପୁରୁଷମାନେ ୯୦ ବର୍ଷରେ ମଧ୍ୟ ବାପା ହୋଇଥାଆନ୍ତି।
ଏହି ଘଟଣା ହେଉଛି ଉତ୍ତର ପାକିସ୍ତାନର ହୁଞ୍ଜା ସମୁଦାୟର। କାରାକୋରମ୍‌ ପର୍ବତରେ ରହୁଥିବା ହୁଞ୍ଜା ଘାଟି ଲୋକ ୧୨୦ ବର୍ଷ ବଞ୍ଚତ୍ଥା’ନ୍ତି। ସେମାନଙ୍କୁ ବୃଷୋ ବୋଲି କୁହାଯାଏ। କାରଣ ସେମାନେ ବୃଷକି ଭାଷାରେ କଥା ହୋଇଥାନ୍ତି। କୁହାଯାଏ, ସେମାନେ ଆଲେକ୍‌ଜାଣ୍ଡାରଙ୍କ ବଂଶଜ। ଏମାନେ ପାକିସ୍ତାନର ଅନ୍ୟ ସମୁଦାୟଗୁଡିକଠାରୁ ଅଧିକ ଶିକ୍ଷିତ ହୋଇଥା’ନ୍ତି। ହୁଞ୍ଜା ଘାଟିରେ ୪୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏମାନେ ବାସ କରୁଥିବା ବେଳେ ମୁସଲମାନ ଧର୍ମାବଲମ୍ବୀ ହୋଇଥା’ନ୍ତି। ଏହି ସମୁଦାୟ ଉପରେ ଅନେକ ବହି ଲେଖାଯାଇଥିବା ବେଳେ ଏହି ସ୍ଥାନ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ପରିଚିତ।
ଏମାନେ ଶାରୀରିକ, ମାନସିକସ୍ତରରେ ମଧ୍ୟ ମଜଭୁତ ହୋଇଥା’ନ୍ତି। କୁହାଯାଏ, ଏହି ଲୋକଙ୍କ ଜୀବନଶୈଳୀ ସେମାନଙ୍କ ଲମ୍ବା ବୟସର ରାଜ୍‌ ହୋଇଥାଏ। ଏମାନେ ସବୁଦିନ ସକାଳ ୫ଟାରେ ଉଠିଥା’ନ୍ତି। ପୁଣି ଅଧିକ ଚାଲିବା ସହ ଗାଡି, ସାଇକେଲର ବ୍ୟବହାର ବହୁତ କମ୍‌ କରିଥା’ନ୍ତି। ଉକ୍ତ ସମୁଦାୟର ଲୋକେ ଦିନକୁ ଦୁଇଥର ଖାଇଥା’ନ୍ତି। ଖରାବେଳେ ଓ ରାତିରେ। ସେମାନଙ୍କ ଖାଦ୍ୟ ମଧ୍ୟ ସ୍ବାସ୍ଥ୍ୟକର ହୋଇଥାଏ। ଏମାନେ କ୍ୱଚିତ୍‌ ପର୍ବପର୍ବାଣିରେ ମାଂସ ଖାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri