Categories: ଫୁରସତ

ଯେଉଁ ଗାଁରେ ପ୍ରତି ଘରେ ପାଳନ କରାଯାଏ ସାପ

ଆମ ଭିତରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁପାଳନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଘରେ ସାପ ପାଳନ କରିବା କଥା ଶୁଣିଛନ୍ତି କି? ଏହା ନିହାତି ଭୟଙ୍କର ତଥା ଆଶ୍ଚର୍ଯ୍ୟଜନକ ବିଷୟ। କିନ୍ତୁ କୁକୁର, ବିଲେଇ, ଶୁଆ ଇତ୍ୟାଦି ପାଳିବା ତ ସାଧାରଣ କଥା। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମହାରାଷ୍ଟ୍ରର ସୋଲାପୁର ଜିଲାର ସେଟପଲ ଗାଁର ଲୋକମାନେ ଘରେ ବିଷାକ୍ତ ସାପ ପାଳନ୍ତି। ଅତିକମ୍‌ରେ ଗୋଟେ ନାଗ ସାପ ପାଳିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେଠାରେ ଆଜି ପର୍ଯ୍ୟନ୍ତ କୌଣସି ଲୋକକୁ ସାପ କାମୁଡ଼ି ନାହିଁ। ପ୍ରତିବର୍ଷ ଏହି ଗାଁକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି। ଏହି ଗାଁରେ ସାପଙ୍କର ଅନେକ ମନ୍ଦିର ଅଛି। ଗାଁର ଅଧିକାଂଶ ଘର ମାଟିରେ ତିଆରି ଓ ସାପମାନଙ୍କ ପାଇଁ ରହିବାର ସ୍ବତନ୍ତ୍ର ବ୍ୟବସ୍ଥା ଏଠାରେ ଥାଏ।

Share