Categories: ଫୁରସତ

ଯେଉଁ ମନ୍ଦିରକୁ ନେତା ଓ ଅଫିସରଙ୍କୁ ପ୍ରବେଶ ମନା…

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମନ୍ଦିର ରହିଛି। ଏସବୁ ମନ୍ଦିରର ପରମ୍ପରାରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ। ତେବେ ଉତ୍ତରପ୍ରଦେଶ କାନପୁରଠାରେ ରହିଛି ଏକ ନିଆରା ମନ୍ଦିର। ଏଠାରେ ନେତା ଓ ଅଫିସରଙ୍କୁ ପ୍ରବେଶ ମନା କରାଯାଇଥାଏ। ଦେଶର ବଢୁଥିବା ଅରାଜକତା ପାଇଁ ରାଜନେତା ଓ ଆଇଏସ୍‌ ତଥା ଆଇପିଏସ୍‌ ଆଦି ଅଫିସରଙ୍କୁ ଦାୟୀ କରାଯାଇଥାଏ। ତେଣୁ ମନ୍ଦିରରେ ଏସବୁ ବ୍ୟକ୍ତିଙ୍କୁ ପ୍ରବେଶ ଲାଗି ବାରଣ କରାଯାଏ। ଏଥିପାଇଁ ମନ୍ଦିର ସମ୍ମୁଖରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଏହି ମନ୍ଦିର ହେଉଛି ଭ୍ରଷ୍ଟ ତନ୍ତ୍ର ବିନାଶକ ଶନି ମନ୍ଦିର। ଏଠାରେ ସପ୍ତାହର ଶନିବାର ଓ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମନ୍ଦିରରେ ଶନିଦେବଙ୍କ ତିନିଟି ମୂର୍ତ୍ତି ଭିନ୍ନ ଭିନ୍ନ ଦିଗକୁ ମୁହଁ କରି ପୂଜା ପାଉଛନ୍ତି।

Share