Categories: ଜାତୀୟ

ଯେଉଁ ରାଜନେତାଙ୍କ ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଲୋକେ

ନୂଆଦିଲ୍ଲୀ, ୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିବାହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। ଅଟଳ ଜୀ ୯ ଥର ଲୋକ ସଭା ଏମ୍‌ପି ହୋଇଥିବାବେଳେ ୨ଥର ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ। ଡିଏଭି ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବେଳେ ସେ ଛାତ୍ର ନେତା ଭାବେ ପରିଚିତି ହାସଲ କରିଥିଲେ। ୧୯୫୭ରେ ଯେବେ ସେ ପ୍ରଥମଥର ପାଇଁ ବଲରାମପୁରରୁ ଏମ୍‌ପି ହୋଇ ଲୋକସଭା ପହଞ୍ଚିଥିଲେ, ସେତେବେଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କ ଭାଷଣ ଶୁଣି କହିଥିଲେ, ଏହି ଯୁବକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବ। ଶେଷରେ ସେଇଆ ହିଁ ଘଟିଥିଲା। ସେ ୩ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ ରାଜନେତା ଭାବେ ସଂଯୁକ୍ତ ରାଷ୍ଟ୍ର ସଂଘରେ ହିନ୍ଦୀରେ ଭାଷଣ ଦେଇଥିଲେ। ସେତେବେବେଳେ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଥିଲେ। ତାଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଖରା, ବର୍ଷା କିମ୍ବା ଶୀତକୁ ମଧ୍ୟ ଡରୁ ନ ଥିଲେ। ତାଙ୍କ ସଭାରେ ଲୋକଙ୍କ ଭିଡ ଜମୁଥିଲା। ଏପରିକି ପାର୍ଲିଆମେଣ୍ଟରେ ବି ଭାଷଣ ଦେଲାବେଳେ ବିରୋଧୀ ଦଳର ନେତାମାନେ ବି ନୀରବରେ ବସି ଶୁଣୁଥିବାର ଲକ୍ଷ୍ୟ କରାଯାଉଥିଲା।

Share