Categories: ବାଣିଜ୍ୟ

ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ: ଶକ୍ତିକାନ୍ତ

ମୁମ୍ବାଇ,୧୪।୪: ବର୍ତ୍ତମାନର କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ଦେଶର ଅଭିବୃଦ୍ଧିକୁ ଫେରାଇ ଆଣିବା ଏବଂ ଆର୍ଥତ୍କ ସ୍ଥିରତା ରକ୍ଷା କରିବା ଦିଗରେ ଯୋଜନା ହାତକୁ ନିଆଯିବ। କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ପରେ ଗଭର୍ନର ଶକ୍ତିକାନ୍ତ ଦାସ ଏହା କହିଥିଲେ। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ମାର୍ଚ୍ଚ ୩୧ରୁ ଏପ୍ରିଲ ୩ ଯାଏ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନାର ପ୍ରଭାବକୁ ନଜରରେ ରଖି ଏହାକୁ ଆଗୁଆ କରାଯାଇଥିଲା। ମାର୍ଚ୍ଚ ୨୭ରେ ଆର୍‌ବିଆଇ ଏହାର ରେପୋ ରେଟକୁ ୭୫% ବେସିସ ପଏଣ୍ଟ ହ୍ରାସ କରିଛି।

Share