ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ହୋଇପାରନ୍ତି କରୋନା ସଂକ୍ରମିତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଏଭଳି ଏକ ରୋଗ ଯାହାକି ଧର୍ମ, ଜାତି, ଧନି, ଗରିବ,ବର୍ଣ୍ଣ ନିର୍ବିଶେଷରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହା ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ। କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରିନ୍ସ ଚାଲ୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଣୁ ଆମେ ରୋଗୀର ନୁହେଁ ରୋଗର ମୁକାବିଲା କରିବାକୁ ପଡ଼ିବ। ବିଶେଷକରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିନ୍ଦା କରିବା ଉଚିତ ନୁହେଁ। ତାଙ୍କ ପରିବାରକୁ ଅମାନୁଷିକ ବ୍ୟବହାର ପ୍ରଦର୍ଶନ ଠିକ୍‌ ନାହିଁ। ଆକ୍ରାନ୍ତ ବ୍ୟକ୍ତି କିମ୍ବା ତାର ପରିବାରକୁ ନିନ୍ଦା, ଲାଞ୍ଝନ ଲଗାଇଲେ ସିଧାସଳଖ ପ୍ରଭାବ ଆମ ଉପରକୁ ଆସିବ। ସନ୍ଦିଗ୍ଧ ବ୍ୟକ୍ତି ଲକ୍ଷଣ ଲୁଚାଇଲେ ସୁପର ସ୍ପ୍ରେଡର ହେବେ। ଅନ୍ୟମାନଙ୍କୁ ସଂକ୍ରମିତ ଏବଂ ତାଙ୍କ ପରିବାରକୁ ସାହାର୍ଯ୍ୟ ଓ ସମବେଦନା ଜଣାଇବାକୁ ପଡ଼ିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share