ଯେତେ ଅଧିକ ଟେଷ୍ଟ ସେତେ ଅଧିକ ସଂକ୍ରମିତ !

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପହଞ୍ଚିବାକୁ ଯାଉଛି। କୁହାଯାଉଛି କି ଯେଉଁଠାରେ ଯେତେ ଅଧିକ ନମୁନା ପରୀକ୍ଷା କରାଯାଉଛି ସେଠାର ସେତେ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଯେମିତିକି ପ୍ରାୟ ୧୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ବିହାରରେ ପ୍ରତି ୧୦ ଲକ୍ଷଙ୍କ ମଧ୍ୟରୁ ୨୫୦ ଜଣଙ୍କ କରୋନା ଟେଷ୍ଟ କରାଯାଉଛି। ଫଳରେ ରାଜ୍ୟର ୩୮ ଜିଲାରୁ ଏବେ ୧୩ ଜିଲା ଗ୍ରୀନ୍‌ ଜୋନରେ ରହିଛି। କିନ୍ତୁ ତାମିଲନାଡୁରେ ପାଖାପାଖି ୭ କୋଟି ଲୋକ ବସବାସ କରୁଥିବା ବେଳେ ଏଠାରେ ପ୍ରତି ୧୦ ଲକ୍ଷରେ ୧,୮୯୫ଲୋକଙ୍କ କରୋନା ଟେଷ୍ଟ କରାଯାଉଛି। ଫଳରେ ଏଠାରେ ୩୭ ଜିଲା ମଧ୍ୟରୁ କେବଳ ଗୋଟିଏ ଜିଲା ଗ୍ରୀନ ଜୋନରେ ରହିଛି। ଏହି ଦୁଇ ଜିଲାକୁ ଉଦାହରଣ ଭାବେ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେଉଁଠାରେ ଯେତେ ଅଧିକ ଟେଷ୍ଟ କରାଯାଉଛି ସେଠାରେ ସେତେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ଟେଷ୍ଟର ସଂଖ୍ୟାବୁ ବଢାଇ ଦେଲେ ରେଡ୍‌ ଓ ଅରେଞ୍ଜ ଜୋନ୍‌ ସଂଖ୍ୟା ମଧ୍ୟ ବଢିଯିବ ବୋଲି କହିଛନ୍ତି ବିଶେଷଜ୍ଞ।

Share