କୋଲକାତା,୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପା ମଧ୍ୟରେ ଲାଗି ରହିଥିବା କନ୍ଦଳ ଥମିବାର ନାଁ ନେଉନି। ଭାଜପାର ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ଖପ୍ପା ହୋଇଥିବା ମମତାଙ୍କ ପାଖକୁ ଭାଜପାର କେତେଜଣ ନେତା ପ୍ରାୟ ୧୦ ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ପଠାଇବେ ବୋଲି କିଛିଦିନ ତଳେ ଖବର ଆସିଥିଲା। ଏବେ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ର କେତେଜଣ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ୨୦ଲକ୍ଷ ପୋଷ୍ଟକାର୍ଡ ଲେଖି ପଠାଇବେ ବୋଲି ସୂଚନା ମିଳିଛି। ଉଭୟ ଟିଏମ୍ସି ଓ ଭାଜପା ମଧ୍ୟରେ ଲାଗି ରହିଥିବା ତିକ୍ତ ରାଜନୀତିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି।
Posted inଜାତୀୟ