ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ପ୍ରସ୍ତୁତ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାର ରହିଛି। ପୃଥିବୀର ଅନ୍ୟ ଦେଶ ଭଳି ଭାରତରେ କରୋନା ସଂକ୍ରମଣ ହେବାର ଆଶା ନ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଶନିବାର ସୂଚନା ଦେଇଛନ୍ତି। ତେବେ ସରକାର ଆଗାମୀ ଦିନରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୩ ପ୍ରତିଶତ ରହିଛି। ଅପରପକ୍ଷରେ ସଂକ୍ରମିତଙ୍କ ସୁସ୍ଥ ହେବା ହାର ୨୯.୯ ପ୍ରତିଶତ ରହିଛି। କେନ୍ଦ୍ର ସରକାର ପ୍ରତି ରାଜ୍ୟ ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି। ସଂକ୍ରମିତଙ୍କୁ ଅଲଗା ରଖିବା ପାଇଁ ଦେଶରେ ୭୬୪୫ କ୍ୱାରାଣ୍ଟାଇନ୍‌ ସେଣ୍ଟର ରହିଛି। ସେହିପରି ଦେଶରେ ୧୯୯୧ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରରେ ୧୩୫୬୪୩ ଶଯ୍ୟା ରହିିଛି। ଇତିମଧ୍ୟରେ ଦେଶରେ ୮୪୩ କୋଭିଡ୍‌-୧୯ ସ୍ଥାପିତ ହୋଇଥିବା ସେ କହିଛନ୍ତି।

Share