ଯୋଗାଣ ସହାୟିକାଙ୍କୁ ଆକ୍ରମଣ

ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଯୋଗାଣ ସହାୟିକା ପ୍ରମିତା କୁମାରୀ ଶତପଥି ଉସ୍ତା ଜଗନ୍ନାଥପୁର ଗ୍ରାମରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ କରୁଥିବାବେଳେ ଗ୍ରାମର ଶିବରାମ ସ୍ବାଇଁ ଓ କୀର୍ତ୍ତନ ସ୍ବାଇଁ ରାଶନ କାର୍ଡ କାଟିଥିବା ଅଭିଯୋଗ କରି ତାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଏତଲାରେ ଦର୍ଶାଯାଇଛି।

Share