ଯୋଗାଣ ସାମଗ୍ରୀରେ ଅନିୟମିତତା, ତଦନ୍ତ ଦାବି

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା କେତେକ ହିତାଧିକାରୀ ଅଭିଯୋଗ ଆଣିଛନ୍ତି। ଏହି ପଞ୍ଚାୟତରେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ ହୋଇଥାଏ। ମାତ୍ର କେତେକ ହିତାଧିକାରୀଙ୍କୁ ଯୋଗାଣ ସାମଗ୍ରୀ ମିଳି ନ ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଦାବି ହୋଇଛି। ଯେଉଁ ହିତାଧିକାରୀମାନେ ଯୋଗାଣ ସାମଗ୍ରୀ ପାଇନାହାଁନ୍ତି ବୋଲି କହୁଛନ୍ତି, ସେମାନଙ୍କ ଯୋଗାଣ ସମାଗ୍ରୀ ଗଚ୍ଛିତ ଅଛି ସେମାନେ ଆସିଲେ ତାଙ୍କ ଯୋଗାଣ ସାମଗ୍ରୀ ନେବେ। କିନ୍ତୁ ଯୋଗାଣ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ କୌଣସି ଅନିୟମିତତା କି ହେରଫେର ହୋଇନଥିବା ଯୋଗାଣ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ କୁହାଯାଉଛି ।