Categories: ଜାତୀୟ

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା ନିଷ୍ପତ୍ତି ଭୁଲ। ଏହା ସମ୍ବିଧାନ ସମ୍ମତ ନୁହେଁ। ଏଭଳି ନିଷ୍ପତ୍ତି ନେବା ଅଧିକାର କେବଳ ପାର୍ଲାମେଣ୍ଟର ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସଭାରେ ମଙ୍ଗଳବାର ଶୂନ୍ୟକାଳରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସଦସ୍ୟ ସତୀଶ ଚନ୍ଦ୍ର ମିଶ୍ର ଏହି ପ୍ରସଙ୍ଗ ଉଠାଇଥିବାବେଳେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ବରଚନ୍ଦ ଗେହଲଟ ଏହା ସ୍ପଷ୍ଟ କରିଛନ୍ତି।

Share