Categories: ଜାତୀୟ

ଯୋଗୀଙ୍କୁ ଝଟ୍‌କା: ୫ ମନ୍ତ୍ରୀ ଦେଲେ ଇସ୍ତଫା

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜନୈତିକ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି। ମଙ୍ଗଳବାର ୫ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ପ୍ରଦେଶର ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ବାଲ  ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ନିଜର ସ୍ବାସ୍ଥ୍ୟଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହାପରେ ମନ୍ତ୍ରୀ ଅନୁପମା ଜୟସଓ୍ବାଲ, ମୁକୁଟ ବିହାରି ବର୍ମା, କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ ଓ ସ୍ବାତୀ ସିଂହ ମଧ୍ୟ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଲକ୍ଷ୍ନୌରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ସମନ୍ବୟ ବୈଠକ ଜାରି ରହିଛି। ଏଥିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ଉପନିର୍ବାଚନକୁ ନେଇ ଆଲୋଚନା କରାଯାଉଛି। ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ  ପୂର୍ବରୁ ୫ ମନ୍ତ୍ରୀଙ୍କ ଇସ୍ତଫା ଯୋଗୀ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ଚ୍ଚର୍ଚ୍ଚା ହେଉଛି।

Share