Posted inଜାତୀୟ

ଯୋଗୀଙ୍କ ଯୋଗ୍ୟତାର ଯାଞ୍ଚ କରିବାକୁ ପଡିବ, କାହିଁକି ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

କାନପୁର,୯।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣ ସମୟରେ କାନପୁର ଦେହାତରେ ବ୍ୟାଙ୍କରେ ଜନ୍ମ ହୋଇଥିବା ବାଳକ ଖଚାଞ୍ଜିଙ୍କ ଜନ୍ମଦିନ ପାଳନ କରିବା ପରେ ଅଖିଳେଶ ଗଣମାଧ୍ୟମକୁ କହିଛନ୍ତି ଯେ ଭାଜପା ଏବଂ ବ୍ୟାଙ୍କ ଖଚାଞ୍ଜିଙ୍କ ଶିକ୍ଷାର ଯତ୍ନ ନେବା ଉଚିତ୍‌।
ଅଖିଳେଶ କହିଛନ୍ତି ଯେ ଏନକାଉଣ୍ଟର କରୁଥିବା ସରକାରଙ୍କ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଯେତିକି ଦିନ ଅଛି ସେତେ ଦିନ ଆଉ ରହିବ ନାହିଁ । ଯେଉଁମାନେ ନିଜ ବିରୋଧରେ ପ୍ରକୃତ ମାମଲା ହଟାଇଛନ୍ତି, ସେମାନେ ଅନ୍ୟମାନଙ୍କ ବିରୋଧରେ ସମାନ ଭାବରେ ମିଥ୍ୟା ମାମଲା ଦାୟର କରିଛନ୍ତି। ଯେଉଁ ସାଧୁ ଯେତେ ବଡ଼, ସେ ସେତେ କମ କଥା କୁହନ୍ତି।
ଅଖିଳେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଥିଲେ ଯେ ତାଙ୍କର ଯୋଗ୍ୟତା ଯାଞ୍ଚ କରିବାକୁ ପଡିବ। ଜଣେ ବ୍ୟକ୍ତି ଶବ୍ଦ ଦ୍ୱାରା ନୁହେଁ ବରଂ କର୍ମ ଦ୍ୱାରା ମହାନ ହୋଇଯାଏ । ଏହି ଲୋକମାନେ ସବୁକିଛି ଭୁଲ କରୁଛନ୍ତି। ଯାହାର କାମ ସରକାର ଚଳାଇବା ସେ ବୁଲଡୋଜର ଚଳାଉଛନ୍ତି। ବିକାଶ ପରିବର୍ତ୍ତେ, ସେମାନେ ବିନାଶର କାର୍ଯ୍ୟ କରୁଛନ୍ତି। ଏହା ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ବୁଲଡୋଜର ଅପରେସନ ଉପରେ ୨୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସରକାର ଅହଂକାରରେ ସମ୍ବିଧାନକୁ ମଧ୍ୟ ଭୁଲି ଯାଇଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଜଙ୍ଗଲ ରାଜ। ଭିତରକୁ ଭିତର ବାରୁଦ ବିଛା କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ : ୬ ମନ୍ତ୍ରୀ, ହେଭିଓ୍ବେଟ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ରାଞ୍ଚି,୧୨ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହେବାକୁ ଥିବାବେଳେ ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ...

ପନ୍ତସିର୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ପାଇଁ ରୁଷିଆ ସହ ଭାରତର ଏମ୍‌ଓୟୁ

ନୂଆଦିଲ୍ଲୀ,୧୨ା୧୧: ଭାରତର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ଅତ୍ୟାଧୁନିକ ପନ୍ତସିର୍‌ ଏୟାର ଡିଫେନ୍ସ ମିଶାଇଲ୍‌-ଗନ୍‌ ସିଷ୍ଟମ୍‌ କିଣିବାକୁ ଯାଉଛି। ଏଥିପାଇଁ ଭାରତ...

ଶେଷ ଉଡ଼ାଣ ଭରିଲା ଭିସ୍ତାରା

ନୂଆଦିଲ୍ଲୀ, ୧୨।୧୧: ଭିସ୍ତାରା ଏୟାରଲାଇନ୍ସ ସୋମବାର ରାତିରେ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଭାବେ ନିଜର ଶେଷ ଉଡ଼ାଣ ଭରିଛି। ଭିସ୍ତାରା ବିମାନ ‘ୟୁକେ ୯୮୬’ ମୁମ୍ବାଇରୁ ଦିଲ୍ଲୀ...

ବର୍ଷକରେ ଗଲାଣି ୪୪ ଜୀବନ

ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ...

ସବୁଦିନ ବାଣ ବନ୍ଦ ନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନିଅନ୍ତୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ବାଣ ଉପରେ ନିଷେଧାଦେଶ ଲଗାଇବା ପାଇଁ ସୁପ୍ରିମକୋର୍ଟ ଦୀପାବଳି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ...

କୁମାରସ୍ବାମୀଙ୍କୁ ନେଇ କର୍ନାଟକ ମନ୍ତ୍ରୀଙ୍କ ଜାତିଆଣ ମନ୍ତବ୍ୟ: ଇସ୍ତଫା ଦାବି କଲା ଜେଡିଏସ୍‌

ବେଙ୍ଗାଲୁରୁ, ୧୧।୧୧: କର୍ନାଟକ ସରକାରଙ୍କ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଜମିର ଅହମଦ ଖାନ୍‌ ସୋମବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଭାରି ଉଦ୍ୟୋଗ ଏବଂ...

ରାହୁଲ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ! ନିର୍ବାଚନ ଆୟୋଗଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଲା ଭାଜପା

ନୂଆଦିଲ୍ଲୀ,୧୧।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂରକ୍ଷଣ ସମ୍ପର୍କରେ ଦେଇଥିବା ବିବୃତ୍ତି ବିରୋଧରେ ଭାଜପା କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛି। ସୋମବାର ଭାଜପା ପକ୍ଷରୁ...

ଝାଡଖଣ୍ଡରେ ଚମ୍ପାଇଙ୍କ ପାଇଁ ପ୍ରଚାର କଲେ ମୋହନ, କହୁ କହୁ କହିଦେଲେ ଏମିତି…

ଭୁବନେଶ୍ୱର,୧୧।୧୧: ଝାଡଖଣ୍ଡର ଷେଇକଳାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଚମ୍ପାଇ ସୋରେନଙ୍କ ପାଇଁ ଭୋଟ ମାଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri