ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନକୁ ସେମାନେ ଭୟ କରୁ ନ ଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍ କରି ପ୍ରକାଶ କରିଛନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟୁଥିଲେ ମଧ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବାରେ ଅସମର୍ଥ ରହିଥିବା ସେ କହିଛନ୍ତି। ମନେ ହେଉଛି ଯେପରି ରାଜ୍ୟ ସରକାର ଅପରାଧୀଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଜନସାଧାରଣ ହଇରାଣ ହେଉଥିବା ପ୍ରିୟଙ୍କା କହିଛନ୍ତି।