Categories: ଜାତୀୟ

ଯୋଗୀ ଦେଖିବେ ବିକାଶ କାର୍ଯ୍ୟ: ହଠାତ୍‌ ଯେ କୌଣସି ଜିଲାରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଲକ୍ଷ୍ନୌ,୧୦।୩ : ଚଳିତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ୩ ବର୍ଷର ଶାସନ ପୂରା କରିବେ। ଇତିମଧ୍ୟରେ ରାଜ୍ୟରେ ବିକାଶ ଯୋଜନା ଉପରେ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ଆଉ ୨ ବର୍ଷ ପରେ ସରକାରଙ୍କୁ ବିଧାନସଭା ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଯୋଗୀ ବେଶ୍‌ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଧାରା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ବିକାଶ କାର୍ଯ୍ୟ ସ୍ବୟଂ ଦେଖିବା ପାଇଁ ଏଣିକି ବିନା ସୂଚନାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯେ କୌଣସି ଜିଲାରେ ଓହ୍ଲାଇବ। ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ତଦାରଖ କରି ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ଦଳର ସ୍ଥିତିକୁ ସୁଦୃଢ଼ କରିବାର ପ୍ରୟାସ କରିବେ।

Share