Categories: ଜାତୀୟ

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି ୭୨ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଜଳ ଜୀବନ ମିଶନ ଲାଗି ୩୦୦୦ କୋଟିର ବ୍ୟୟ ଅଟକଳ କରାଯାଇଛି। ସେହିପରି ଗୋରଖପୁର, କାନପୁର ଏବଂ ଆଗ୍ରା ମେଟ୍ରୋ ବିକାଶ ପାଇଁ ୮୦୦ କୋଟିର ବ୍ୟୟ ଅଟକଳ ଉପସ୍ଥାପନା କରାଯାଇଛି। ଅଯୋଧ୍ୟାରେ ବିମାନ ବନ୍ଦରର ବିକାଶ ଲାଗି ୫୦୦ କୋଟିର ବ୍ୟୟ ବରାଦ କରାଯାଇଛି। ବଜେଟରେ ୧୦୯୬୭ କୋଟି ଟଙ୍କାର ନୂତନ ଯୋଜନାକୁ ସାମିଲ କରାଯାଇଛି। ଜିଏସ୍‌ଟି ଏବଂ ଭାଟ୍‌ରୁ ୯୧୫୬୮ କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି। ଅପରପକ୍ଷରେ ଅବକାରୀ ଶୁଳ୍କରୁ ୩୭୫୦୦ କୋଟି, ଷ୍ଟାମ୍ପ୍‌ ଏବଂ ପଞ୍ଜିକରଣରୁ ୨୩୧୯୭ କୋଟି, ବାହନ ଟିକସରୁ ୮୬୫୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Share