Categories: ଜାତୀୟ

ଯୋଗୀ ସରକାରଙ୍କ ଶାସନରେ ପୋଲିସ ହୋଇଉଠିଛି ପ୍ରତିଶୋଧ ପରାୟଣ: ପ୍ରିୟଙ୍କା

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ ପରାୟଣ ହୋଇଉଠିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋମବାର ଲକ୍ଷ୍ନୌରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରିୟଙ୍କା ଏପରି କହିଛନ୍ତି। ଏନେଇ ରାଜ୍ୟପାଳଙ୍କୁ ଏକ ଚିଠି ପ୍ରଦାନ କରାଯାଇଛି। ସେ ଏହାର ନିଷ୍ପତ୍ତିି ନେବେ ବୋଲି ଆଶା ରହିଥିବା ପ୍ରିୟଙ୍କା କହିଛନ୍ତି।

Share