ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ପ୍ରତ୍ୟେକ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପନ କରାଯିବାକୁ ଗୁରୁତ୍ୱ ଦିଆଯିବା ସହିତ ପ୍ରତ୍ୟେକ ପଞ୍ଚାୟତ, ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସଚେତନ କରାଯିବା ସହିତ ବ୍ୟାଙ୍କ ଜରିଆରେ କିମ୍ବା ସିଧାସଳଖ ଅନଲାଇନରେ ଚାଷୀମାନେ ଆବେଦନ କରିବାର ବ୍ୟବସ୍ଥା ରହିଛି। ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ବିଶେଷ କରି ଏହି ଯୋଜନାରେ ଲାଭାନ୍ବିତ ହେବା ସହିତ ଅର୍ଥ ଅଭାବରୁ ଚାଷରୁ ବଞ୍ଚିତ ନ ହେବା ପାଇଁ ଯୋଜନା କରାଯାଇଛି।
ସୂଚନା ଅନୁସାରେ, ବୌଦ୍ଧ ଜିଲାରେ ୭୫,୯୨୨ ଚାଷୀ ପରିବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୫୬,୨୬୪ ପରିବାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୨୦ ହଜାର ଚାଷୀ ପରିବାର କିଷାନ କ୍ରେଡିଟ କାର୍ଡ କରି ନ ଥିବାବେଳେ ସେମାନଙ୍କୁ କିପରି ଏଥିରେ ସାମିଲ କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଚାଷୀମାନେ ଏହି କ୍ରେଡିଟ କାର୍ଡ ବ୍ୟବହାର କରି ମାତ୍ର ୧ରୁ ୨ ପ୍ରତିଶତ ସୁଧରେ ଚାଷ ପାଇଁ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ସହ ପରିବାରର ଅନ୍ୟ ଖର୍ଚ୍ଚ ମଧ୍ୟ ତୁଲାଇପାରିବେ। ଏହି କାର୍ଡ ଆବେଦନ ପାଇଁ କୌଣସି କାଗଜପତ୍ର କିମ୍ବା ଅର୍ଥ ଦେବାକୁ ପଡିବ ନାହିଁ। ଚାଷୀମାନେ ଆବେଦନ କରିବା ପରେ ସମ୍ପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ଆବେଦନପତ୍ର ଅନୁଯାୟୀ ତଥ୍ୟ ଯାଞ୍ଚ କରାଯିବା ପରେ କ୍ରେଡିଟ କାର୍ଡ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ତେଣୁ ପ୍ରତ୍ୟେକ ଚାଷୀ କିଷାନ କ୍ରେଡିଟ କାର୍ଡ କରାଇବା ସହିତ ଏହାର ସଫଳ ଉପଯୋଗ କରିବାକୁ ଖବରଦାତା ସମ୍ମିଳନୀ ଜରିଆରେ ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ଡିଡିଏମ ନାବାର୍ଡ ଟି.ଏସ. ରାଉତ, ସହକାରୀ ଉଦ୍ୟାନ ଅଧିକାରୀ ହରଭଙ୍ଗା ଜ୍ଞାନରଞ୍ଜନ ଦିଗାଲ, ଜଳଛାୟା ପ୍ରକଳ୍ପ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ଆର.କେ. ସେଠୀ, ସହକାରୀ ସମବାୟ ନିବନ୍ଧକ ଭୀମସେନ ସାହୁ, ପ୍ରାଣୀ ଚିକିତ୍ସା ବିଭାଗର ସହକାରୀ ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ବେହେରା, ଜିଏମ ଡିଆଇସି ଉଦୟନାଥ ପାତ୍ର ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ଏ.ଏସ ରାଓ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଓ କିଷାନ କ୍ରେଡିଟ କାର୍ଡର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri