Cape Town, South Africa
ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ଥରେ ସାମିଲ କରନ୍ତୁ ନା ! ତେବେ ଜାଣିପାରିବେ ଏହାର ସୁପ୍ରଭାବ ବିଷୟରେ ଆପେ ଜାଣିପାରିବେ। ହେଲେ ଯୋଗ କରିବା ପୂର୍ବରୁ କେତୋଟି ବିଷୟ ପ୍ରତି ନଜର ଦେବା ନିହାତି ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…
ଯୋଗ କରିବା ପୂର୍ବରୁ ନିଜର ଶାରୀରିକ ଫିଟ୍ନେସ୍ ପ୍ରତି ଦୃଷ୍ଟି ଦିଅନ୍ତୁ।
ଯଦି ଯୋଗ ବିଷୟରେ ସବିଶେଷ ଜ୍ଞାନ ନାହିଁ ତେବେ ଯୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ସୂର୍ଯ୍ୟେଦୟର ଅଧ ଘଣ୍ଟାଏ ପୂର୍ବରୁ କିମ୍ବା ଘଣ୍ଟାଏ ପରେ ଯୋଗ କଲେ ତାହାର ସୁପ୍ରଭାବ ଶରୀର ଉପରେ ପଡିଥାଏ। କାରଣ ଏହି ସମୟରେ ପରିବେଶ ଅନେକାଂଶରେ ପ୍ରଦୂଷଣମୁକ୍ତ ଥାଏ।
ଯୋଗ କରିବା ବେଳେ ତରତର ହୁଅନ୍ତୁ ନାହିଁ। ଶାନ୍ତ ଏବଂ ଥଣ୍ଡା ମିଜାଜରେ ଯୋଗ କରନ୍ତୁ।
ଗର୍ଭବତୀମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଯୋଗ କରିବା ଆବଶ୍ୟକ।
ଯୋଗ କରିବା ସମୟରେ ଗୋଟିଏ କଥା ପ୍ରତି ଅଧିକ ଦୃଷ୍ଟି ଦିଅନ୍ତୁ। ଏହି ସମୟରେ କାହାସହ କଥାବାର୍ତ୍ତା ହୁଅନ୍ତୁ ନାହିଁ।
ଯୋଗ କରୁଥିବା ସମୟରେ ପାଟିବାଟେ ଶ୍ୱାସକ୍ରିୟା କରନ୍ତୁ ନାହିଁ।
ସବୁବେଳେ ଏକ ସୁସ୍ଥ ତଥା ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ।
ଯୋଗ କରିବାର ୧୦ ମିନିଟ୍ ପୂର୍ବରୁ ଗ୍ଲାସେ କିମ୍ବା ଦୁଇ ଗ୍ଲାସ ପାଣି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।