ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ୩୦ ହଜାର ଲୋକଙ୍କ ସହ ମିଶି ଯୋଗ କରିଛନ୍ତି। ମୋଦି ୪୫ ମିନିଟରେ ୧୩ଟି ଯୋଗାସନ କରିଛନ୍ତି। ଯୋଗ କରୁଥିବା ସମୟରେ ଗୋଦିଙ୍କ କାନ୍ଧରେ ଏକ ସ୍ବତନ୍ତ୍ର ଗାମୁଛା ଦେଖିବାକୁ ମିଳିଥିଲା। ଏହି ଗାମୁଛାଟି ମୋଦି ଗତ ତିନି ବର୍ଷ ହେବ ଯୋଗ ଦିବସରେ କାନ୍ଧରେ ପକାଇ ଯୋଗ କରୁଛନ୍ତି। ଏହି ଗାମୁଛାଟି ଆସାମର। ପୂରା ସୂତା କପଡାରେ ତିଆରି କରାଯାଇଛି ଏହି ଗାମୁଛା। ଯାହା ଝାଳ ପୋଛିବାରେ ସହଜ ହୋଇଥାଏ। ଏହାସହ ଏହି ଗାମୁଛାଟି ଗିନିଶ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି। କରାଣ ଏହାର ଲମ୍ବ ୧,୪୫୫,୩ମିଟର ଲମ୍ବ। ଏହି ଗାମୁଛାଟିକୁ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ କାନ୍ଧରେ ପକାଇଥିବାର ଲକ୍ଷ୍ୟ କରାଯାଏ।