Categories: ଜାତୀୟ

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ ୟୋଗା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଏହି ପ୍ରତିଯୋଗୀତାର ଘୋଷଣା କରିଥିଲେ। ଅନ୍ୟପଟେ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ଯୋଗ ଦିବସରେ ଲେହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି। କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଏହା ସ୍ଥିର କରାଯାଇ ନ ଥିବା ବେଳେ ଯୋଗ ଦିବସରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ନ ହୋଇପାରେ ବୋଲି ରାଜେଶ ସୂଚନା ଦେଇଛନ୍ତି।

Share