ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସ ପୂର୍ବରୁ ବୁଧବାର ଏକ ଆନିମେଟେଡ ଭିଡିଟ ଟୁଇଟ୍ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଆସନ୍ତା ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ଲୋକେ ଏହାକୁ ଆପଣେଇବାକୁ ଲକ୍ଷ୍ୟ କରି ମୋଦି ଏହି ଭିଡିଓଟି ଶେୟାର କରିଥିବା କହିଛନ୍ତି। ଏହି ୩ଡି ଆନିମେଟେଡ ଭିଡିଓରେ ମୋଦି ‘ତ୍ରିକୋଣାସନ’ କରୁଥିବା ଦେଖାଯାଇଛି। ୨୦୧୪ ପରଠାରୁ ଯୋଗ ଦିବସକୁ ବଡ ଧରଣରେ ପାଳନ କରାଯାଇଥିବା ବେଳେ ଏଥିରେ ଲକ୍ଷାଧିକ ଲୋକ ଭାଗ ନେଉଛନ୍ତି। ଏବର୍ଷ ବି ସମସ୍ତେ ଯୋଗ ଦିବସରରେ ଭାଗ ନେବା ସହ ନିଜକୁ ସୁସ୍ଥ ରଖିବାକୁ ମୋଦି କହିଛନ୍ତି। ତେବେ ଚଳିତବର୍ଷ ଯୋଗ ଦିବସରେ ମୋଦି ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଯୋଗ କରିବ ବୋଲି ଅନୁମାନ କରାଯାଉଛି।