Categories: ଜାତୀୟ

ଯୋଗ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): ଲକ୍‌ଡାଉନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଫିଟ୍‌ନେସ ରଖିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନେକ ବର୍ଷ ଧରି ଯୋଗ ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ସେ କହିଛନ୍ତି। ଅନେକ ଟୁଇଟ୍‌ ଜରିଆରେ ସେ ଯୋଗ କରୁଥିବା ସମୟର ଭିଡ଼ିଓ ଶେୟାର କରିଛନ୍ତି। ଏଗୁଡ଼ିକ ୨୦୧୮ରେ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ ହୋଇଥିଲା। ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ବେଳେ କେହିଜଣେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଫିଟ୍‌ନେସ୍‌ର ରହସ୍ୟ ସମ୍ପର୍କରେ ପଚାରିଥିଲେ। ସେଥିପାଇଁ ଯୋଗ ଭିଡିଓ ଶେୟାର କରିବାକୁ ସେ ଚିନ୍ତାକଲେ ବୋଲି କହିଛନ୍ତି। ଅନ୍ୟମାନେ ନିୟମିତ ଯୋଗ କରିବା ସହ ଫିଟ୍‌ନେସ୍‌ର ଅନ୍ୟ ବିକଳ୍ପ ଉପାୟ ଶେୟାର କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Share