Advertisement

ଯୋଡ଼ାରେ ବନ୍ଦ ପାଳନର ପ୍ରଭାବ

ଯୋଡ଼ା,୮।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। ବାମ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଯୋଡ଼ା ଖଣି ମଣ୍ଡଳରେ ଥିବା ସମସ୍ତ ଖଣିରୁ ଖଣିଜ ପରିବହନ, ଯୋଡ଼ାର ସମସ୍ତ ସ୍କୁଲ କଲେଜ, ଯୋଡ଼ା ଦେଇ ଚାଲୁଥିବା ଯାତ୍ରୀବାହୀ, ମାଲବାହୀ ଟ୍ରେନ୍‌, ଦୋକାନ ବଜାର ସମେତ ଯୋଡ଼ାରେ ଥିବା ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠାନ ବନ୍ଦ ରହିଛି। ଯୋଡ଼ା ଶ୍ରମିକ ସଂଗଠନର ସାଥୀ ବିଜିତ୍‌ ମହାନ୍ତି, ହୃଦାନନ୍ଦ ପ୍ରଧାନ, ସରୋଜ ମହାନ୍ତିଙ୍କ ସହ ଡିବି ସିଂହ କମ୍ପାନୀର କର୍ମଚାରୀ ଅନିଲ କୁମାର ଚାତମ୍ବା, ରାଜେଶ ଗୋପ୍‌, ପ୍ରଦୀପ ପ୍ରଧାନ, ରାମଚନ୍ଦ୍ର ଦାସ ମହେନ୍ଦ୍ର ବାରିକ ପ୍ରମୁଖ ଏହି ବନ୍ଦର ନେତୃତ୍ୱ ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share