ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍‌ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ ଜୀବିକାରୁ ବଞ୍ଚିତ ହୋଇଥିବାରୁ ଖାଦ୍ୟାଭାବକୁ ଆଖି ଆଗରେ ରଖି ବହୁ ସ୍ବେଛାସେବୀ ସାମାଜିକ ସଂଗଠନ ପକ୍ଷରୁ ଗରିବ ଅସହାୟ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ, ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ଯୋଡ଼ା ସହରରେ ପୌରପାଳିକା ମାଧ୍ୟମରେ ଧାର୍ମିକ ଅନୁଷ୍ଠାନ ସାଓନ କୃପାଳୁ ରୁହାନୀ ମିଶନ୍‌ ପକ୍ଷରୁ ଯୋଡା ଅଞ୍ଚଳରେ ଲକଡାଉନର ଦ୍ୱିତୀୟ ଦିନରୁ ସହାୟତା କରାଯାଉଛି। ସେହିପରି ସାମାଜିକ ସଂଗଠନ ଓ୍ବାଲର୍‌ଡ ଭିଜିଅନ୍‌ ପକ୍ଷରୁ ଯୋଡା ସହରର ବିଭିନ୍ନ ସ୍ଥାନରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟାଯାଇଛି। ଯୋଡାର ସମାଜସେବୀ ମନୋଜ ସିଙ୍କ ନେତୃ୍‌ତ୍ୱରେ ଯୁବ ଗୋଷ୍ଠୀ ଯୋଡା ସହରର ବିଭିନ୍ନ ବସ୍ତି ଅଂଚଳ ବୁଲି ଶୁଖିଲା ଖାଦ୍ୟ ଓ ରାଶନ ସାମଗ୍ରୀ ବାଣ୍ଟିବା ସହିତ କରୋନାର ମୁକାବିଲା କରିବା ପାଇଁ ସରକାରଙ୍କ ନିୟମ ମାନି ଚଳିବା ନେଇ ଲୋକଙ୍କୁ ସଚେତନ କରାଇଥିଲେ ।

Share