ଯୋଡ଼ାରେ ଲଜ୍ଜା, ନାବାଳିକାକୁ ଗଣବଳତ୍କାର

ଯୋଡ଼ା,୨୫।୬(ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ଯୋଡ଼ା ସହରରେ ଲଜ୍ଜା। ଜଣେ ନାବାଳିକାକୁ ଗଣବଳତ୍କାର କରାଯାଇଥିବା ଜଣାପଡ଼ିଛି।
ଯୋଡ଼ା ଲକ୍ଷ୍ମୀ ପଡ଼ିଆଠାରେ ସୋମବାର ରାତିରେ ନାବାଳିକା ତାଙ୍କ ପ୍ରେମିକଙ୍କ ସହିତ ବସି ଗପୁଥିବାବେଳେ ସ୍ଥାନୀୟ ଅଞ୍ଚଳର ୬/୭ ଜଣ ଯୁବକ ସେମାନଙ୍କୁ କାବୁ କରିଥିଲେ। ପ୍ରେମିକ ଜଣଙ୍କ ତାଙ୍କ ମାମୁଙ୍କୁ ଡ଼ାକିିବାକୁ ଯାଇଥିବାବେଳେ ଉକ୍ତ ଯୁବକମାନେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫକରି ପଚରାଉଚରା ଚଳାଇଛି। ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିବା ବଡ଼ବିଲ ଏସ୍‌ଡିପିଓ ଦିଲ୍ଲୀପ କୁମାର ବାଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ନାବାଳିକାଙ୍କ ଶାରିରୀକ ତଥା ମାନସିକ ସ୍ଥିତି ଭଲ ନ ଥିବାରୁ ସେ ଏହି ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ପାରୁ ନ ଥିବା ସେ କହିଛନ୍ତି।
ନାବାଳିକାଙ୍କ ପରିବାର ଲୋକେ କହିଛନ୍ତିି, ଗତ ଗୁରୁବାରଠାରୁ ନାବାଳିକା ନିଖୋଜ ଥିଲେ। ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟାରେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ଓ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ପାଇଥିଲେ ା

Share