ଯୋଡ଼ା, ୨୭।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ବାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡିକାଲ ଟିମ୍ ରବିବାର ଯୋଡାରେ ପହଞ୍ଚିଛନ୍ତି। ରବିବାର ପ୍ରଥମ ଦିନରେ ରାଜ୍ୟ ବାହାରୁ ଆସିଥିବା ୨୩ ଜଣଙ୍କଠାରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ମେଡିକାଲ ଟିମ୍ ପକ୍ଷରୁ ସୂଚନା ମିଳିଛି। ଏକ ଡାକ୍ତରୀ ରାପିଡ୍ ରେସପନ୍ସ ଟିମ୍ ଦ୍ୱାରା ରାଜ୍ୟ ବାହାରୁ ଆସି ଘରେ ଓ ବିଭିନ୍ନ ସରକାରୀ ସଙ୍ଗରୋଧରେ ୧୪ ଦିନ ରହିଥିବା ଲୋକଙ୍କଠାରେ ଥଣ୍ଡା, କାଶ ଛିଙ୍କ, ଜ୍ୱର ଜନିତ କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଚିହ୍ନଟ କରାଯାଇ ଏହି ସ୍ବାବ ସଂଗ୍ରହ କରାଯାଉଥିବା ମେଡିକାଲ ଟିମ୍ ପକ୍ଷରୁ ସୂଚନା ମିଳିଛି।