ଯୋଡାରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ:କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତଦାରଖ କଲେ

ଯୋଡ଼ା,୩।୮(ଡି.ଏନ.ଏ.)- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଶୁକ୍ରବାର କେନ୍ଦୁଝର ଜିଲା ଯୋଡା ଗସ୍ତରେ ଆସି ପୌରପାଳିକାରେ ନିର୍ମାଣଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟ ତଦାରଖ କରିଥିଲେ। ସେ ପୂର୍ବାହ୍ନରେ ପ୍ଲାଣ୍ଟ ପରିଦର୍ଶନ କରିବା ପରେ ଯୋଡା ପୌରାଞ୍ଚଳର ବସ୍ତି , ହଟିଂ ଅଞ୍ଚଳରେ ମଇଳା, ଆବର୍ଜନା କିପରି ଘରେ ଜମା ନ ରହିବ, ପୌରପାଳିକା ପକ୍ଷରୁ ନିୟୋଜିତ ଗାଡି କିପରି ଆବର୍ଜନା ସଂଗ୍ରହ କରି ପ୍ଲାଣ୍ଟକୁ ନେବ ଏ ନେଇ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ସହ ଆଲୋଚନା କରିଥିଲେ ା ବର୍ଜ୍ୟବସ୍ତୁ ପରିଚାଳନା ନେଇ ସମଗ୍ର ରାଜ୍ୟରେ ପ୍ରଥମ ଥର ଯୋଡାରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଉଛି ା ଏଣୁ ଯୋଡାର ଜନସାଧାରଣ ଓ ବରିଷ୍ଠ ନାଗରିକଙ୍କ ସହଯୋଗରେ ସହରକୁ ସ୍ବଛ ସୁନ୍ଦର କରି ଗଢ ତୋଳିବା ଲାଗି ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ଅତିରିକ୍ତ ନିର୍ଦ୍ଦେଶକ ସାରଦା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ା ଆସନ୍ତା ୧୫ ତାରିଖରେ ବାଚୁ ହଟିଂଠାରେ ନିର୍ମାଣ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟର ଶୁଭାରମ୍ଭ କରାଯିବ ବୋଲି କାଯର୍‌ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ସୂଚନା ଦେଇଥିଲେ ା