ଯୋଧପୁର,୭ା୫(ପି.ଟି.): ଦିଲ୍ଲୀର ଜାମା ମସ୍ଜିଦ ଅଞ୍ଚଳରେ ସୁରକ୍ଷା ପାଇଁ ପୂର୍ବରୁ ମୁତୟନ ଥିବା ୩୦ ବିଏସ୍ଏଫ୍ ଯବାନ କରୋନା ସଂକ୍ରମିତ ଥିବା ଜଣାପଡିଛି। ଉକ୍ତ ଯବାନମାନଙ୍କର ସମ୍ପୂର୍ଣ୍ଣ କମ୍ପାନୀକୁ ସୋମବାର ବିମାନରେ ଯୋଧପୁର ନିଆଯାଇ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ବୁଧବାର ନମୁନା ପରୀକ୍ଷାରୁ ୩୦ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତମାନଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନେ କ୍ୱାରାଣ୍ଟାଇନରେ ରହିବେ।