ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

କଳିଙ୍ଗନଗର, ୫।୯(ଡି.ଏନ୍‌.ଏ.)- ଟମକା ଥାନା ଅନ୍ତର୍ଗତ ଗୋବରଧନପୁର ଗ୍ରାମରେ ବୁଧବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ଅଜୟ ବେହେରାଙ୍କ ସ୍ତ୍ରୀ ଲିପିକା ବେହେରା। ଯୌତୁକ ପାଇଁ ଶାଶୁଘର ଲୋକେ ଲିପିକାଙ୍କୁ ମାରି ଟାଙ୍ଗି ଦେଇଥିବା ବାପା କଳିଙ୍ଗ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନ.ଂ୬୬/୧୯) ରୁଜୁକରି ଅଜୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି। ପ୍ରକାଶ ଯେ, ଲିପିକା ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇ ଟମକା ପୋଲିସ ଅଜୟଙ୍କ ଘରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲା।