Categories: ଜାତୀୟ

ଯୌତୁକରେ ମିଳିଲାନି ସ୍କର୍ପିଓ: ଅଧା ବିବାହରୁ ବର ଫେରାର

ଜୟପୁର,୧୯।୫: ରାଜସ୍ଥାନ ବାରାଂ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବରଙ୍କୁ କନ୍ୟା ପକ୍ଷ ସ୍କର୍ପିଓ ଗାଡ଼ି ଦେବାକୁ ମନା କରିବାରୁ ଅଧା ବିବାହରୁ ସେ ବେଦୀରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ହରନାବଦାଶାହଜୀ ଥାନା ଅନ୍ତର୍ଗତ ଦିଗୋଦ ଜାଗିର ଗାଁରେ ଏହା ଘଟିଛି। ବେଦୀ ଚାରିପଟେ ଗୋଟିଏ ଫେରା ପରେ ବର ମେଘରାଜ ଲୋଧା ସ୍କର୍ପିଓ ଗାଡ଼ି ଯୋତୁକରେ ମାଗିଥିଲେ। ତେବେ ଏହାକୁ କନ୍ୟାପକ୍ଷ ପୂରଣ କରିବାକୁ ଅସମର୍ଥ ଥିବା ପ୍ରକାଶ କରିଥିଲେ। ପରେ ବର ଫେରାର ହୋଇଯାଇଥିବା କୁହାଯାଉଛି। ଏନେଇ କନ୍ୟା ଘର ସଦସ୍ୟ ଥାନାରେ ଏମ ମାମଲା ଦାଏର କରିଛନ୍ତି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Share