ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା ସାହିର ଜଣେ ଯୁବତୀଙ୍କୁ ୨୦୧୯ ମେ ୧ ରେ ରବି ବିବାହ କରିଥିଲେ। ଦାବି ମୁତାବକ ଯୌତୁକ ଦିଆଯାଇଥିବା ସତ୍ତ୍ୱେ ପରେ ଅଧିକ ଯୌତୁକ ଦାବି କରିଥିଲେ। ଏଥିସହ ସ୍ତ୍ରୀଙ୍କୁ ସେ ନିର୍ଯାତନା ଦେଉଥିଲେ ା ଏନେଇ ଛତ୍ରପୁର ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତିକରି ପୋଲିସ ମାମଲା (ନଂ-୨୬୫/୧୯ ) ରୁଜୁ କରି ରବିଙ୍କୁ ଗିରଫ କରିଥିଲା ା