ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ ନାମରେ ଶୁକ୍ରବାର ମାମଲା ରୁଜୁ କରିଛି।
ପ୍ରକାଶ ଯେ, ୨୦୧୯ରେ ଭଣ୍ଡାରିପୋଖରୀ ଥାନା ସରପଦା ଗ୍ରାମର ଗାୟତ୍ରୀ ପଣ୍ଡା ଏହି ଥାନା ନେରଡା ପଞ୍ଚାୟତର ସୁଶୀଲ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘରଲୋକେ ଗାୟତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସିଥିଲେ। ଏ ନେଇ ଗାୟତ୍ରୀ ଗତ ଶୁକ୍ରବାର ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ ଗାୟତ୍ରୀଙ୍କ ସ୍ବାମୀଙ୍କ ସମେତ ଦିଅର, ଶାଶୁ, ଶ୍ୱଶୁରଙ୍କ ନାମରେ ଏକ ମାମଲା (୯୬/୨୦) ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।