ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା ପରେ ନବବଧୂ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ବିହାରର ବାଙ୍କି ଜିଲାର ବୌସି ଅଞ୍ଚଳରେ ବିନୟ ରଜକ ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରନ୍ତି। ସ୍ଥାନୀୟ ଅଞ୍ଚଳର ଶୋଭା ଦେବୀ ନାମକ ଜଣେ ମହିଳା ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଋତୁ କୁମାରୀଙ୍କ ସହ ବ୍ୟାଙ୍କ ଯାଇଥିଲେ। ସ୍ବାମୀଙ୍କ ନାଁରେ ଥିବା ୧୩ ଲକ୍ଷ ଟଙ୍କା ଋତୁଙ୍କ ନାମରେ କରାଇଦେବାକୁ ଶୋଭା ଦେବୀ ବିନୟଙ୍କୁ କହିଥିଲେ। ଋତୁଙ୍କ ନାମରେ ଏତେ ଲକ୍ଷ ଟଙ୍କା ଥିବା ଜାଣି ବିନୟ ତାଙ୍କୁ ଠକିବା ଯୋଜନା ସ୍ତ୍ରୀ ଗୁଡିଆଙ୍କ ସହ ମିଶି କରିଥିଲେ। ପ୍ରଥମେ ନିଜକୁ ଜଣେ ଅନାଥ ପୁଅର ପରିଚୟ ଦେଇ ଋତୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବିନୟ। ଏବଂ ସ୍ତ୍ରୀ ଗୁଡିଆ ତାଙ୍କ ଘରକୁ ବିବାହ ପ୍ରସ୍ତାବ ବିଧିବଦ୍ଧ ଭାବେ ନେଇଯାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଋତୁଙ୍କ ମା’। ପରେ ଗୁଡିଆ ବିନୟଙ୍କ ଭାଉଜ ହୋଇ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବହା ପରେ ଋତୁ ଏକଥା ଜାଣିବା ପରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share