ରକ୍ତଚାପ ମାପିବ ସ୍ମାର୍ଟଗ୍ଲାସ୍‌

ମାଇକ୍ରୋସଫ୍ଟ ନିଜ ସ୍ମାର୍ଟ ଗ୍ଲାସ୍‌(ଚଷମା)ର ଆସନ୍ତା ପିଢ଼ି ବିକଶିତ କରିବାରେ ଲାଗିଛି। ଏହା ରକ୍ତଚାପ ମାପିବା ଡିଭାଇସ୍‌ ରୂପେ କାମ କରିବ। ଏହାର ନା ଗ୍ଲୋବେଲା ରଖାଯାଇଛି। ଏହାକୁ ରକ୍ତଚାପ ମପାଯାଉଥିବା ଅନ୍ୟ କୌଣସି ଡିଭାଇସ୍‌ ତୁଳନାରେ ପିନ୍ଧିବା ଏବଂ ବ୍ୟବହାର କରିବା ଖୁବ୍‌ ସହଜ। ଏହି ଡିଭାଇସ୍‌ରେ ଏମିତି ଅପ୍ଟିକାଲ ସେନ୍ସସର୍‌ ଲାଗିଛି, ଯାହା ବ୍ୟବହାରକାରୀଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଇବ ନାହିଁ। ପାରମ୍ପରିକ ଭାବେ ମଧୁମେହ ସ୍ତର ମାପିବାକୁ ହାତରେ ଏକ ପଟ୍ଟି ବନ୍ଧାଯିବା ସହ ମେସିନ୍‌ରେ ରିଡିଙ୍ଗ୍‌ ନିଆଯାଇଥାଏ। କିନ୍ତୁ ଏହି ଚଷମା ପିନ୍ଧିବା ମାତ୍ରକେ ପ୍ରତି ସମୟରେ ଆପଣ ମଧୁମେହ ରିଡିଙ୍ଗ୍‌ ନେଇପାରିବେ।