ରକ୍ତଦାନ କରି ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ସୁନ୍ଦରଗଡ଼, ୧୭।୪(ଡି.ଏନ.ଏ.): ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବିଜୁ ଜନତା ଦଳ ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଛି। ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ଅନ୍ୟମାନେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଜିଲା ମୁଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଜିଲା ବିଜେଡି ସଭାପତି ବିନଯ ଟପ୍ପୋଙ୍କ ନେତୃତ୍ୱରେ ୧୫ ୟୁନିଟ ରକ୍ତ ସଂଗ୍ରହ କରି କରାଯାଇଥିଲା। ସୁମନ୍ତ କୁମାର ପଣ୍ଡା, ହରଜେନ୍ଦ୍ର ସିଂ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଅସିତ ରାୟ, ପୂର୍ବତନ କାଉନସିଲର ସୁମନ୍ତ ସାହୁ, ଆଶିଷ ତ୍ରିପାଠୀ, ବରିଷ୍ଠ ନେତା ଗୋପ ମହାନ୍ତି, ଜୟନାରାୟଣ ତ୍ରିପାଠୀ, ଆଶିଷ ପଶାୟତ, ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଅଶୋକ କୁମାର ସ୍ବାଇଁ, ବୈକୁଣ୍ଠ ନାଏକ, ଅମନ ହୁସେନ ହେମନ୍ତ ମେହେର ପ୍ରମୁଖ ରକ୍ତଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।