ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଫଳରେ ରକ୍ତହୀନତାର ଶିକାର ହେଉଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଉପଲବ୍ଧି କରି ନୂଆପଡା ଜିଲାପାଳ ମଧୁସ୍ମିତା ସାହୁ ସ୍ବତଃପ୍ରବୃତ୍ତ ଭାବେ ରକ୍ତ ଦେବାକୁ ଆଗେଇ ଆସିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ରକ୍ତଦାନ କରିଛନ୍ତି। ନିଜେ ରକ୍ତଦାନ କରି ଏହି ମହତ କାମ ପାଇଁ ଆଗେଇ ଆସିବାକୁ ଜିଲାବାସୀଙ୍କୁ ଆହ୍ବାନ କରିଛନ୍ତି ଜିଲାପାଳ ସାହୁ।

Share