ରକ୍ତଦାନ କଲେ ଜିଲାପାଳ

ବାରିପଦା ଅଫିସ, ୧୦ା୪- କରୋନାକୁ ନେଇ ଲକଡାଉନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ହୋଇପାରୁ ନାହିଁ। ଫଳରେ ଜିଲାରେ ଥିବା ବ୍ଲଡ ବ୍ୟାଙ୍କରେ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଦୂର କରିବା ପାଇଁ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲାପାଳ ବିନୀତ ଭରଦ୍ୱାଜ, ଶିକ୍ଷାନବିଶ ଅଧିକାରୀ ଭୁବନେଶ ଦେବୀଦାସ ପାଟିଲଙ୍କ ସମେତ ୨୬ ଜଣ ଅଧିକାରୀ ରକ୍ତଦାନ କରିଥିଲେ। ଏହି ଭ୍ରାମ୍ୟମାଣ ଯାନ ଆଗାମୀ ଦିନରେ ଜିଲାର ବିଭିନ୍ନ ସ୍ଥାନ ବୁଲି ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିବ। ଜିଲାରେ ରକ୍ତର ଅଭାବ ଦେଖା ଦେଉଥିବାରୁ ସ୍ବେଚ୍ଛାକୃତଭାବେ ଲୋକେ ଆସି ରକ୍ତଦାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Share