ରକ୍ତଦାନ କଲେ ପଞ୍ଚାୟତବାସୀ

ଖଇରା,୧୯।୪(ଡି.ଏନ.ଏ.)-ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ରହିଛି। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା ପଞ୍ଚାୟତବାସୀ। ଶନିବାର କୁରୁଣ୍ଟା ହାଇସ୍କୁଲ ପରିସରରେ ଆୟୋଜିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଯୁବକ ଛାତ୍ର ସାମିଲ ହୋଇ ରକ୍ତଦାନ କରିଛନ୍ତି ା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିବା ସହ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ମୋଟ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ା ଡା, ବିମଳା ମିଶ୍ର ତଥା ଯୁବନେତା ମାନସ ଦାଶ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ଏଥିରେ ସହାୟତା କରିଥିଲେ।