ରକ୍ତଦାନ ଶିବିରରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର କଲେଜରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଲବଠାରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ, ଏମଆଇଏସ ସ୍ନିଗ୍ଧା ରାୟ, ଲାବରୋଟୋରୀ ଟେକ୍ନିସିଆନ୍‌ ବେଣୁଧର ନାୟକ ଏବଂ ଦୀପ୍ତିମୟୀ ଡାରକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ କ୍ଲବର ସଦସ୍ୟମାନେ ରକ୍ତଦାନ କରିଥିଲେ। ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କ୍ଲବ ସଭାପତି ଜ୍ଞାନରଞ୍ଜନ ଦାଶ, ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ କିଶୋର କୁମାର ଜେନା, ହିମାଂଶୁ ଶେଖର ଦାସ, ସଦସ୍ୟ ସରୋଜ ବିଶ୍ୱାଳ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ଦୀପକ କୁମାର ଦାସ, ନାରାୟଣ ଚନ୍ଦ୍ର ବିଶ୍ୱାଳ, କାର୍ତ୍ତିକ ମହାନ୍ତି, ବାଦଲ କୁମାର ବିଶ୍ୱାଳ, ପ୍ରିୟରଞ୍ଜନ ଜେନା, ଜନାର୍ଦ୍ଦନ ରଣା, ସୁରଜିତ୍‌ ଦାସ, ସଞ୍ଜିତ୍‌ ଦାସ, ହିମାଂଶୁ ଶେଖର ଦାଶ, ଅରିନ୍ଦମ ପଣ୍ଡିତ, ପାପୁନ ସାହୁ, କୌଶିକ୍‌ ଟ୍ୟାଙ୍କ, ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରକ୍ତଦାନ କରିଥିଲେ।