ରକ୍ତଦାନ ସମ୍ବନ୍ଧୀୟ ଯୁବ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୨୦ା୯-ସ୍ଥାନୀୟ ସଦର ବ୍ଲକ ସଭାଗୃହରେ ନୂଆପଡା ବ୍ଲକସ୍ତରୀୟ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁବେଦାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ମଧୁସ୍ମିତା ସାହୁ ମୁଖ୍ୟଅତିଥି, ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଲଳିତ ମୋହନ ବିଶି, ନେହେରୁ ଯୁବ କେନ୍ଦ୍ରର ଜିଲା ସଂଯୋଜକ ଆଶୀଷ କୁମାର ଠାକୁର, ଜିଲା କ୍ରୀଡାଧିକାରୀ ତଥା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଚିନିଲାଲ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜିଲାପାଳ ଯୁବଗୋଷ୍ଠୀମାନଙ୍କୁ ଆଗକୁ ଆସି ରକ୍ତଦାନ ସକାଶେ ଲୋକଙ୍କୁ ପ୍ରବର୍ତାଇବାକୁ ପରାମର୍ଶ ଦେଇଥିଲେ। ବ୍ଲକସ୍ତରୀୟ ରକ୍ତଦାନ ଶିବିର କରିବାକୁ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କିଶୋର କୁମାର ପରିଡା, ବିଭୁଦତ ମିଶ୍ର, ମନୋଜ ଡାଗା ପ୍ରମୁଖ ସହଯୋଗତ କରିଥିଲେ।