Categories: ଫୁରସତ

ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ

ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍‌ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ପ୍ରଶାସନ ୪୭୦୦୦ ଘୁଷୁରିଙ୍କୁ ମାରିବା ପାଇଁ ଆଦେଶ ଦେଇଛି। ବର୍ଷା ଯୋଗୁ ସୀମା ନିକଟରେ ଥିବା ଡମ୍ପିଂ ଗ୍ରାଉଣ୍ଡ୍‌ରୁ ରକ୍ତ ବୋହି କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରିଛି। ଆଫ୍ରିକା ସ୍ବାଇନ୍‌ ଜ୍ୱର ବହୁ ସଂକ୍ରାମକ ଏବଂ ଏହା ଜୀବନ ନେଇ ଯାଇଥାଏ।

ସ୍ଥାନୀୟ ଅଧିକାରୀ କୁହନ୍ତି, ବହୁଥିବା ରକ୍ତ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଭୟଙ୍କର ହୋଇଥାଏ। ଗତ ସପ୍ତାହରେ ଘୁଷୁରି ମାରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଦକ୍ଷିଣ କୋରିଆରେ ଆଫ୍ରିକାନ୍‌ ସ୍ବାଇନ୍‌ ଜ୍ୱର ବ୍ୟାପିବା ପରେ ସୀମା ଚାରିପଟେ ବାଡ଼ା ମଧ୍ୟ ଦିଆଯାଇଛି। ଦକ୍ଷିଣ କୋରିଆ ସେନାର ଅନୁମତି ରହିଛି ସୀମା ପାରି ହୋଇ କୌଣସି ଜଙ୍ଗଲୀ ଜନ୍ତୁ ପ୍ରବେଶ କଲେ ସେମାନଙ୍କୁ ମାରି ଦିଆଯାଇପାରିବ। ଦକ୍ଷିଣ କୋରିଆରେ ପ୍ରାୟ ୬,୭୦୦ ଘୁଷୁରି ଫାର୍ମ ରହିଛି। ଏହି ରୋଗରେ ଚାଇନା, ଭିଏତନାମା, ଫିଲିପାଇନ୍ସ ସମେତ ଏସିଆ ପରି କେତେକ ଦେଶ ପ୍ରଭାବିତ ହୋଇଛନ୍ତି। କେବଳ ଚାଇନାରେ ୧୨ ଲକ୍ଷ ଘୁଷୁରିଙ୍କୁ ଏହି କାରଣରୁ ମରାଯାଇଛି।

Share