ରକ୍ତଭଣ୍ଡାରର ଆବଶ୍ୟକତା ପୂରଣ କରିବାକୁ ୩୫ ୟୁନିଟ ରକ୍ତ ସହାୟକ ହେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ କରାଯାଇଛି । ଏହା ଦ୍ୱାରା ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ମଧ୍ୟ ଗଚ୍ଛିତ ନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଭାଜପା କାର୍ଯ୍ୟାଳୟରେ ରକ୍ତଦାନ ଶିବିରକୁ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ଭାଜପା ସଭାପତି ଗିରିଶ ପଟେଲ, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, ଧନକଉଡା ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ ଯୋଗଦେଇ ରକ୍ତ ଭଣ୍ଡାରରୁ ଆସିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ- ୧୯ ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ସାମାଜିକ ଦୂରତ୍ୱ ରକ୍ଷା କରି ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା । ଶିବ କୁମାର ଅଗ୍ରୱାଲ, ମାନସରଞ୍ଜନ ବକ୍ସି, ଫଣିଭୂଷଣ ମିଶ୍ର, ସରୋଜ ଘଡେଇ, ଗିରିଜା ସାହୁ, ସୁଜାତା ଗୁରୁ, କାନ୍ତି ମେହେର, ଶିବ ଦିୱାନ, ସୌମିତ୍ର ଜତି ପ୍ରମୁଖ ସହଯୋଗ କରିଥିଲେ ।